Followers

Saturday, 3 November 2018

ମୁଠା ମୁଠା ଏଇ ମାଟିର ମୋହ ରେ

|| ଧୂମ୍ରକେତୁର ଧୂଳିର ଧୂଆଁ ରେ
ହଜି ଯିବି ଅବା
ମୁଠା ମୁଠା ଏଇ ମାଟିର ମୋହ ରେ
ଖୋଜି ବୁଲୁଥିବି...
ମିଛ ମରୀଚିକା.. ପ୍ରାଚୀନ ପ୍ରାଚୀର ପ୍ରସ୍ତର ପ୍ରାନ୍ତର..
ସପନ ବଣିକ.. ସପନ ରାଇଜେ..
ଭାଙ୍ଗି ଗଡୁଥିବି . .ଗଢି ଭାଙ୍ଗୁଥିବି.. କେତେ ଧୂଳିଘର . . ||

||ଗହନ ଗଳ୍ପର ଗଭୀର ଗଣିତ!
ଗଭାରେ ସଜାଇ.. ଗଜଲ୍ ଗୀତିକା.. ଗାଉଛି ଗାୟତ୍ରୀ,
ସ୍ମୃତିର ସେପଟେ .. ସନ୍ଦିହାନେ ସତ୍ୟ.. !
ଏପଟେ ସୁନୀଳ.. ସାଗରୁ ଶାମୁକା.. ସାଉଁଟେ ସାବିତ୍ରୀ ;
ଆର୍ଯ୍ୟ ଅନାର୍ଯ୍ୟ ଅସଜଡ଼ା ଏଇ.. ଅବବାହିକାର ଅଭିମାନ କୂଳେ..
ସମବେଦନାର ସଂହିତା ପଢି.. ସ୍ଵପ୍ନ ସଜାଡି . . ଶାହାନାଇ ତୋଳେ..
ଶଙ୍ଖନାଦ ଆଉ ବାଦ୍ୟର ତାଳେ..
 ସଞ୍ଜ ସକାଳେ. . ||

|| ପ୍ରତିଶ୍ରୁତି ଏକ ପୁରୁଣା ପୃଷ୍ଠା. .
ଏକଇ କବିତା .. ଅନେକ ସ୍ରଷ୍ଟା. .
ଭସା ମେଘ ସାଜି.. ଭାବୁଥାଏ ବସି... ଭାବନା ରାଜ୍ୟେ . . ଭାସି ଯିବି କିବା .  .
ମୁଠା ମୁଠା ଏଇ ମାଟିର ମୋହ ରେ ବାନ୍ଧି ରହିଯିବି..
ଖୋଜି ବୁଲୁଥିବି. . ମାୟା ମରୀଚିକା.  .
ଚାଲୁଥିବି ଏକ. . ଅସରନ୍ତି ପଥ. . ଦିଗରୁ ଦିଗନ୍ତ
ଆଉ ଲେଖୁଥିବି ଏକ .  . ଅନନ୍ତ ପଦ୍ୟାଂଶ. . କାହାଣୀ ଅବ୍ୟକ୍ତ. .
ଅସମାପ୍ତ ଫର୍ଦ୍ଦ. . ସ୍ଵପ୍ନ ପ୍ରାରବ୍ଧ ! || ❤️❤️


Friday, 2 November 2018

ହଜିଯାଏ ଏଇ ମହା ଚିନ୍ତନରେ


|| ହଜିଯାଏ ଏଇ ମହା ଚିନ୍ତନରେ 
କାହାଣୀ ଅବା ମୁଁ ଲେଖିବି କାବ୍ୟ 

ସାଜି ମୁଁ କୁହେଳି  ସ୍ଵପ୍ନ ପ୍ରକ୍ଷାଳି
ପ୍ରଜନ୍ମୁ ଜନ୍ମ ନେବି ମୁଁ ଜନ୍ମ 

ଭୁଲିଯାଇ ସବୁ ମୋକ୍ଷର ମାୟା 
ବାନ୍ଧିବାକୁ ଏକ ପ୍ରୀତି ର ବନ୍ଧନ 

ଅଳତାକ୍ତ ପଦେ ଆଙ୍କିବାକୁ ଏକ
ଅର୍ବାଚୀନ ଆଉ ଅସ୍ମିତା ଆଙ୍ଗନ ||



Monday, 4 June 2018

।। ଗୋଧୂଳି ଆସଇ ପଥ ନିର୍ଜନେ।।

Random Picture taken somewhere at Odisha, 2018

 || ବିହଙ୍ଗ ବାହୁଡ଼େ... ଅସ୍ତ ଅରୁଣେ..
 ‎ ‎ଗୋଧୂଳି ଆସଇ.. ପଥ ନିର୍ଜନେ..
 ‎ବର୍ଷା ବସନ୍ତ.. ଅପସରି ଯାଇ
ଧରା ର ଧରଣୀ.. ସମ୍ମୋହିତ ଆଜି
ନିଦାଘ କାଳର ମହା ସମ୍ମୋହନେ ||



Monday, 13 November 2017

Saturday, 11 November 2017

||ଦେହୀ ପଦ ପଲ୍ଲବ ମୁଦାରମ୍ ||






||ରାତ୍ରି କୋଳେ ଅନ୍ଧକାର, 

ଅନ୍ଧକାରେ ସ୍ଵପ୍ନ.. 
ସ୍ଵପ୍ନ କେହି ଲେଖି ଯାଏ ପଦ୍ୟ ମଧୁରମ୍ ;
ଭରା ଭାଦ୍ରବର ବାଢ଼ି ଅର୍ଘ୍ୟ ଥାଳି, 
ବର୍ଷା ବିନ୍ଦୁ ଆଉ ପୟୋଧି ପ୍ରକ୍ଷାଳି;
ପଦ୍ୟର ସେ ପଂକ୍ତି ଗାଏ ହେ କୃଷ୍ଣ ସ୍ୱାଗତମ୍ ||
||ଦେହୀ ପଦ ପଲ୍ଲବ ମୁଦାରମ୍ ||