Followers

Saturday 3 November 2018

ମୁଠା ମୁଠା ଏଇ ମାଟିର ମୋହ ରେ

|| ଧୂମ୍ରକେତୁର ଧୂଳିର ଧୂଆଁ ରେ
ହଜି ଯିବି ଅବା
ମୁଠା ମୁଠା ଏଇ ମାଟିର ମୋହ ରେ
ଖୋଜି ବୁଲୁଥିବି...
ମିଛ ମରୀଚିକା.. ପ୍ରାଚୀନ ପ୍ରାଚୀର ପ୍ରସ୍ତର ପ୍ରାନ୍ତର..
ସପନ ବଣିକ.. ସପନ ରାଇଜେ..
ଭାଙ୍ଗି ଗଡୁଥିବି . .ଗଢି ଭାଙ୍ଗୁଥିବି.. କେତେ ଧୂଳିଘର . . ||

||ଗହନ ଗଳ୍ପର ଗଭୀର ଗଣିତ!
ଗଭାରେ ସଜାଇ.. ଗଜଲ୍ ଗୀତିକା.. ଗାଉଛି ଗାୟତ୍ରୀ,
ସ୍ମୃତିର ସେପଟେ .. ସନ୍ଦିହାନେ ସତ୍ୟ.. !
ଏପଟେ ସୁନୀଳ.. ସାଗରୁ ଶାମୁକା.. ସାଉଁଟେ ସାବିତ୍ରୀ ;
ଆର୍ଯ୍ୟ ଅନାର୍ଯ୍ୟ ଅସଜଡ଼ା ଏଇ.. ଅବବାହିକାର ଅଭିମାନ କୂଳେ..
ସମବେଦନାର ସଂହିତା ପଢି.. ସ୍ଵପ୍ନ ସଜାଡି . . ଶାହାନାଇ ତୋଳେ..
ଶଙ୍ଖନାଦ ଆଉ ବାଦ୍ୟର ତାଳେ..
 ସଞ୍ଜ ସକାଳେ. . ||

|| ପ୍ରତିଶ୍ରୁତି ଏକ ପୁରୁଣା ପୃଷ୍ଠା. .
ଏକଇ କବିତା .. ଅନେକ ସ୍ରଷ୍ଟା. .
ଭସା ମେଘ ସାଜି.. ଭାବୁଥାଏ ବସି... ଭାବନା ରାଜ୍ୟେ . . ଭାସି ଯିବି କିବା .  .
ମୁଠା ମୁଠା ଏଇ ମାଟିର ମୋହ ରେ ବାନ୍ଧି ରହିଯିବି..
ଖୋଜି ବୁଲୁଥିବି. . ମାୟା ମରୀଚିକା.  .
ଚାଲୁଥିବି ଏକ. . ଅସରନ୍ତି ପଥ. . ଦିଗରୁ ଦିଗନ୍ତ
ଆଉ ଲେଖୁଥିବି ଏକ .  . ଅନନ୍ତ ପଦ୍ୟାଂଶ. . କାହାଣୀ ଅବ୍ୟକ୍ତ. .
ଅସମାପ୍ତ ଫର୍ଦ୍ଦ. . ସ୍ଵପ୍ନ ପ୍ରାରବ୍ଧ ! || ❤️❤️


No comments:

Post a Comment