Followers

Thursday 17 October 2019

ସ୍ଵପ୍ନ ମଧୁର


ସ୍ଵପ୍ନ ମଧୁର କିଶୋରୀ ବୟସେ
ଅନେକ ବର୍ଷ ତଳେ
ଏଇ ଅଗଣା ର ଗାଲିଚା କୋଳରେ
ପାଦ ମୁଁ ଥାପିଲି ଯେବେ
ନବ ଜୀବନର ଉନ୍ମାଦନା ରେ
ବାଢି଼ଲି ଅର୍ଘ୍ୟ କେତେ
ଜାଳିଲି ପ୍ରଦୀପ ମୁଗ୍ଧ ଆବେଗେ
ପଦ୍ମ ପାଖୁଡା ସାଥେ

ଆଲୋଡିତ ଏଇ ହୃଦୟ ର କୋଳେ
ରଚିଲି କେତେ ମୁଁ ପର୍ବ
ସ୍ପନ୍ଦନ ନବ ଅନୁଭବ କଲି
ମନ ମନ୍ଦିରେ ମମ
ଉଡାଇଲି ଯହିଁ ଜୈତ୍ର ପତାକା
ମୁକ୍ତ ଆକାଶ ତଳେ
ନୃତ୍ୟର ସାଥେ ଖେଳି ବୁଲିଲା ସେ
ପବନ ଉର୍ମି ମାଳେ
ଆଶାର ଆକାଶେ ଆହ୍ଲାଦିତ ମନେ
ଆଙ୍କିଲି ସକାଳ ସୂର୍ଯ୍ୟ
ଅନ୍ଧାର କେବେ ନକରୁ ଆଚ୍ଛନ୍ନ
ଜାଳିଲି ମଶାଲ୍ ଏକ
ସେଇ ମଶାଲକୁ ବଢାଇ ଦେଲି ମୁଁ
ପ୍ରତିଟି ସ୍ପନ୍ଦନ ହାତେ
ଜାଣେନାହିଁ ମୁହିଁ ରଙ୍ଗ ତୁଳୀ ଧରି
ରଙ୍ଗ କି ଭରିବ ସତେ !!
#amigyan

©pragyandalai

Tuesday 15 October 2019

ସମୟ


Click on the pic
to view with
better clarity 
ଭଗ୍ନସ୍ତୂପ ର ଭଗ୍ନାବଶେଷେ ଭାଗ୍ୟ ଯାଇଚି ଲୁଚି
ସ୍ଵପ୍ନ ସୁନ୍ଦର ସବୁଜିମା ଧାରେ ସତ୍ୟ ଯାଇଚି ହଜି
କଳୁଷିତ ଆଜି କୃଷ୍ଣ କାଳିମା କାବ୍ୟ ଲେଖଇ ବସି
ଯଜୁର୍ବେଦର ଯଜ୍ଞକୁଣ୍ଡେ ଯାତନା ଖେଳଇ ହୋଲି

ପୀୟୂଷ ପ୍ରତ୍ୟୁଷେ ପକ୍ଷୀ ରଚେନା ନୀଡ ରଚିବାର ସ୍ଵପ୍ନ
ଅହମିକା କୂଳେ ଭାଙ୍ଗିଯାଏ ଏଠି ଅଭିମାନିନୀର ଅବଚେତନ ଏ ମନ
ଆହତ ହୃଦୟେ ଆହୁତି ଦିଅଇ ଆଘାତ ପ୍ରାଣର ପକ୍ଷୀ
ସାବଲୀଳ ଏଇ ସାହିତ୍ୟ ସମାଜେ, ସମୟ ଏକା ହିଁ ସାକ୍ଷୀ,
ସମୟ ଏକା ହିଁ ସାକ୍ଷୀ |
©pragyandalai

Friday 11 October 2019

ଚା

|| ମୁଁ ମୁଁତ୍ୱର ମହାଭାରତ ରେ
ହାରି ଯାଇଥିବା ହତାଶ ହିଆରେ
ବର୍ଷା ପାଗ ଆଉ ପକୁଡ଼ି ଛଣା ରେ
ସ୍ମୃତି ର ଡଙ୍ଗା ରେ..
ପଶି ଆସ ତମେ;
ବାସ୍ ଦି କପ୍ ଚାହା ରେ ||

©Pragyandalai 

Wednesday 9 October 2019

ମୁଁ - ଏକ ପରିଭାଷା

Click on the image to view it in a better resolution 
ମୁଁ ମନ୍ତ୍ର ମୁଗ୍ଧା
ମହା ମୋକ୍ଷ
ମନୁ ସ୍ମୃତି
ମହାକାଶ

ମୁଁ ମାଟି ମୋହ
ମାୟା ମୃଗ
ମୃଗତୃଷ୍ନା
ମେଘଦୂତ

ମୁଁ ମରୁଭୂମି
ମଲାଜହ୍ନ
ମଶାଣିର
ମଲା ସ୍ଵପ୍ନ

ମୁଁ  ମୁହୁର୍ମୁହୁ
ମତାନ୍ତର
ମସ୍ତିଷ୍କ ର
ମାୟାଜାଲ

ଏଇ ମୁଁ ମୁଁତ୍ୱର
ମହାଭାରତରେ
ମୁଁ ମୂକ ସାକ୍ଷୀ
ମହା ବୃକ୍ଷ
©Pragyandalai