Followers

Thursday 17 October 2019

ସ୍ଵପ୍ନ ମଧୁର


ସ୍ଵପ୍ନ ମଧୁର କିଶୋରୀ ବୟସେ
ଅନେକ ବର୍ଷ ତଳେ
ଏଇ ଅଗଣା ର ଗାଲିଚା କୋଳରେ
ପାଦ ମୁଁ ଥାପିଲି ଯେବେ
ନବ ଜୀବନର ଉନ୍ମାଦନା ରେ
ବାଢି଼ଲି ଅର୍ଘ୍ୟ କେତେ
ଜାଳିଲି ପ୍ରଦୀପ ମୁଗ୍ଧ ଆବେଗେ
ପଦ୍ମ ପାଖୁଡା ସାଥେ

ଆଲୋଡିତ ଏଇ ହୃଦୟ ର କୋଳେ
ରଚିଲି କେତେ ମୁଁ ପର୍ବ
ସ୍ପନ୍ଦନ ନବ ଅନୁଭବ କଲି
ମନ ମନ୍ଦିରେ ମମ
ଉଡାଇଲି ଯହିଁ ଜୈତ୍ର ପତାକା
ମୁକ୍ତ ଆକାଶ ତଳେ
ନୃତ୍ୟର ସାଥେ ଖେଳି ବୁଲିଲା ସେ
ପବନ ଉର୍ମି ମାଳେ
ଆଶାର ଆକାଶେ ଆହ୍ଲାଦିତ ମନେ
ଆଙ୍କିଲି ସକାଳ ସୂର୍ଯ୍ୟ
ଅନ୍ଧାର କେବେ ନକରୁ ଆଚ୍ଛନ୍ନ
ଜାଳିଲି ମଶାଲ୍ ଏକ
ସେଇ ମଶାଲକୁ ବଢାଇ ଦେଲି ମୁଁ
ପ୍ରତିଟି ସ୍ପନ୍ଦନ ହାତେ
ଜାଣେନାହିଁ ମୁହିଁ ରଙ୍ଗ ତୁଳୀ ଧରି
ରଙ୍ଗ କି ଭରିବ ସତେ !!
#amigyan

©pragyandalai

2 comments: