Poet's era
Followers
Saturday, 22 May 2021
ଗୋଧୂଳି | କିଟ୍ ଛକ | ୨୦୨୧
ଗୋଧୂଳିକୁ ପଚାରନ୍ତ ଯଦି..
ପୃଥିବୀର କଥା..
ବୁଝେଇ କହନ୍ତା ବୋଧେ
ବିରହର ବ୍ୟଥା!
Friday, 29 January 2021
ସ୍ମୃତି | ୨୦୨୧
ସ୍ମୃତିକୁ ଦେବିନି କେବେ ଶୀତର ଠିକଣା
ଆଉଜି ପଡ଼ିବ କାଳେ ହୋଇ ବାଟବଣା!
ଉଷ୍ମତାର ରେଜେଇରେ କାଳେ କରିଦେବ ଘର,
ପୂର୍ବ ପ୍ରତିଶ୍ରୁତି ଠାରୁ ଛିଡ଼ାଇବ ଡୋର!
Wednesday, 13 May 2020
ଯଜ୍ଞକୁଣ୍ଡ ପ୍ରତୀକ୍ଷାରେ ପ୍ଳାବନ ମୁହୂର୍ତ୍ତ
ମୁଁ କାରାଗାରେ ବନ୍ଦୀ ବେପରୁଆ ବାୟୁ
ମୁଁ ବନ୍ଦୀ ଗୃହେ ଏକ ଅମାନିଆ ଢେଉ
ନିଶ୍ଵାସ ବି ମୋର ଆଜି କାରା ରୁଦ୍ଧ
ଆଉ ନିଜ ଗୃହେ ଆଜି ମୁଁ ଗୃହବନ୍ଦୀ!
ମସ୍ତିଷ୍କ ଓ ମନ ମଧ୍ୟେ ଚାଲେ ଏକ ଯୁଦ୍ଧ ଅବିରତ
ମନ ଚାହେଁ ବୁଲିବାକୁ ପ୍ରସ୍ତର ପ୍ରାନ୍ତର
ଅବା ଇଚ୍ଛା ହୁଏ ଲଂଘିବାକୁ ସୁଦୂର ପର୍ବତ
ନିର୍ଜନ ସମୁଦ୍ର କୋଳେ କିଛିଟା ମୁହୂର୍ତ୍ତ
ଛୁଇଁବାକୁ ବଡ ଦାଣ୍ଡ ଧୂଳି
ଆଉ ମନ ଭରି ଦେଖିବାକୁ ଶ୍ରୀମନ୍ଦିର ନେତ!
ଏଇ କେତେ ଦିନ ଲାଗେ ଏକ ଯୁଗର ଅବଧି
ସତେକି ଜୀବନଯାତ୍ରା ପୂର୍ବବତ୍ ହେଇଯିବ ପୁଣି
ସମୟର ସ୍ରୋତ ପାଖେ ହଜିଯାଏ କେତେ କେତେ ସ୍ଵପ୍ନ
କ୍ଲାନ୍ତ ଏଠି ମନ ଆଉ ସବୁତ ମଳିନ!
ପ୍ରତୀକ୍ଷା କରଇ ଏକ ପୂର୍ଣିମା ରାତ୍ରି ର
ଅନ୍ଧକାର ବୁକୁ ଚିରି ଜନ୍ମ ହେବ ଆଶା ଆଲୋକର
ତମସାର ଅବସାନେ ହେବ ଦୁଃଖ ଅସ୍ତମିତ
ପ୍ରତୀକ୍ଷାର କାରାଗାରୁ ବାୟୁ ହେବ ମୁକ୍ତ!
ନିଦ୍ରିତ କି ଜାଗ୍ରତ ମୁଁ ଦେଖେ ଅବା ସ୍ଵପ୍ନ
ଶୁଭ୍ର ଜ୍ୟୋତ୍ସ୍ନା ସମ ହେବ ସତ୍ୟର ସନ୍ଧାନ
ପ୍ରେମ ଅଗ୍ନି ପ୍ରତି ହୃଦେ ହେବ ପ୍ରଜ୍ଜ୍ଵଳନ
ସଂଘର୍ଷର ଗାଥା ହେବ ସାହିତ୍ୟ ସୃଜନ!
କରୋନା ର ଭୟ ହେଉ ହୃଦୁ ବିତାଡ଼ିତ
ପ୍ରତି କଣ୍ଠ ଗାଇ ଉଠୁ ସ୍ଵାଗତ ସଙ୍ଗୀତ
ଆତ୍ମା ଲଭୁ ମୋକ୍ଷ ପ୍ରାପ୍ତି ଦେଖି ଶ୍ରୀମନ୍ଦିର ନେତ..
ନିଶ୍ଵାସରେ ବିଶ୍ଵାସରେ ବାଜି ଉଠୁ ଜୟ ଜଗନ୍ନାଥ
ସେବେ ଯାଏଁ ସ୍ଵପ୍ନସବୁ ବାକି ଥାଉ ହୃଦୟ ମଧ୍ୟରେ
ରଙ୍ଗ ସବୁ ବାକି ଥାଉ ବେନି ନୟନରେ
ପଞ୍ଚାକ୍ଷରି ମନ୍ତ୍ରେ ଥାଉ ପ୍ରଜ୍ୱଳିତ
ଯଜ୍ଞକୁଣ୍ଡ ପ୍ରତୀକ୍ଷା ରେ ପ୍ଳାବନ ମୁହୂର୍ତ୍ତ!!
©PRAGYANDALAI
Monday, 4 May 2020
ମୁଁ ମୁଗ୍ଧ ମୁଁ ସ୍ତବ୍ଧ ମୁଁ ଅଭିମନ୍ତ୍ରିତ
ମୁଁ ମୁଗ୍ଧ.. ମୁଁ ସ୍ତବ୍ଧ
ମୁଁ ଅଭିମନ୍ତ୍ରିତ
ନିର୍ବାକ ମୁଁ ପ୍ରକୃତିର
ଦେଖି ଶଙ୍ଖନାଦ!
ନିଦ୍ରିତ କି ଜାଗ୍ରତ ମୁଁ
ଚେତନାରେ ମଗ୍ନ
କଲ୍ଲୋଳିତ ଆତ୍ମା ରଚେ
ନବ ଏକ ଲଗ୍ନ!
ନୀଳାମ୍ବରୀ ପାଟ ଧାରେ
ମେଘ ଶୁଭ୍ର ବର୍ଣ୍ଣ
ସତେ କି ସେ ମନାକାଶେ
ଚୁନା ଚୁନା ସ୍ଵପ୍ନ!!! 😊😊😊
©PRAGYANDALAI
Wednesday, 1 April 2020
ଅଭିମାନ
ଅଭିମାନ ଯେତେ
ଅକୁହା କଥା
ଅଭିମାନ କେତେ
ବେଦନା ବ୍ୟଥା
ଅଭିମାନ ଏଇ
ସଂସାର ନାଆରେ
ଛନ୍ଦି ହେଇଥିବା
ଅଡ଼ୁଆସୂତା
ଅଭିମାନ ଏଠି
ଦୂର ପରବତ
ଅଛିଣ୍ଡା ଗଣିତ..
ଅଭୁଲା ଅତୀତ..
ଦୂରଦିଗ୍ ବଳୟେ
ଅସ୍ତ ସୂର୍ଯ୍ୟ ସମ
ଭାସି ଯାଉଥିବା
ସମୟ ସ୍ରୋତ
ଅଭିମାନ ଧାରେ
ପଥିକ ପରାସ୍ତ
ହୃଦୟ ସତେକି
ଶୋଣିତ ସିକ୍ତ
ରଜନୀ ରଜନୀ
ନୀରବ ରଜନୀ
ଆର୍ଦ୍ର ନୟନେ
ତଥାପି କାହିଁକି
ଅପେକ୍ଷାରତ!!??
©pragyandalai
ମୋହାବିଷ୍ଟ ମନୁଷ୍ୟାତ୍ମା
ଯଜୁର୍ବେଦ ମନ୍ତ୍ର ଧ୍ୱନି..
ସାମବେଦ ଶ୍ଲୋକ ପଙ୍କ୍ତି
ଜାଣେନା ମୁଁ ଆବାହନ,
ଅବା କିଛି ପୂଜା ବିଧି
ସଂସାରର ସୀମାରେଖା
ନହେବସେ ଅତିକ୍ରାନ୍ତ
ନା, ପାରିବି ଜିଣି କେବେ
ଇନ୍ଦ୍ରିୟର ମତଭେଦ
କିନ୍ତୁ ମୁଁ ଯେ
ମୋହାବିଷ୍ଟ ମନୁଷ୍ୟାତ୍ମା,
ସତ୍ୟମିଥ୍ୟା କାରାଗାରେ
ମୋକ୍ଷ ପାଇଁ ବ୍ୟାକୁଳାତ୍ମା
ଯଦିଓ ମୁଁ ପରାଜିତ
ପରଦାର ଅନ୍ତରାଳେ,
ଜାଣେନାହିଁ କାହିଁକି ମୁଁ
ସିଂହଦ୍ଵାରେ ଅଶ୍ରୁ ଢ଼ାଳେ!
ସାନିଧ୍ୟର ସମ୍ମୋହନ
ଅବା ଦୂରେ ବଂଶୀସ୍ଵନ
ବିଚଳିତ ମନ ଦ୍ୱାରେ,
କିବା ଏକ ଉଦବେଳନ!
©pragyandalai
Monday, 9 December 2019
କିଛି କଥା କିଛି କାହାଣୀ
ଆରବ୍ୟ ରଜନୀ
ରାତ୍ରିର କାହାଣୀ
ସାତ ତାଳ ପଙ୍କ
ସିନ୍ଦୁକ ଭିତର
ବୁଢୀ ଅସୁରୁଣୀ
କେବେ ରାଜା ପୁଅ
ସାଧବାଣୀ ଅବା
ସାତଭାଇଙ୍କର ସୁନାନାକୀ
ସାନ ଭଉଣୀ!
ସ୍ମୃତିର ସେପଟୁ
ଆଣିଲି ସାଉଁଟି
ଜେଜେମା ପେଡ଼ିରୁ
କିଛି କଥା କିଛି କାହାଣୀ
ସେଇ କାହାଣୀକୁ ବଢାଇଦେଲି ମୁଁ
ଆଗାମୀ ଭବିଷ୍ୟ ହାତେ
ଜାଣେନାହିଁ ସେ ଯେ ବୁଝେ କି
ବୁଝେନା ସତେ!!
©Pragyandalai
Newer Posts
Older Posts
Home
Subscribe to:
Posts (Atom)