Followers

Friday 17 May 2019

ଅନୁଭୂତି


|| କିସ ମୁଁ ପାଇଛି.. କିବା ହରାଇଛି
କୋଉ ଧୁନ୍ ରେ ମୁଁ କି ଗୀତ ଗାଇଛି;
 ଆଜି ଭାବେ ବସି କିସ ବା ଲେଖିଛି,
କୋଉ ତୁଳି ଧରି କି ଚିତ୍ର ଆଙ୍କିଛି..||

|| ପ୍ରତି ପାହାଚ ରେ କେତେ ମୁଁ ଝୁଣ୍ଟିଚି,
ଝୁଣ୍ଟୁ ଝୁଣ୍ଟୁ ପୁଣି ମୁଁ ଚଲା ଶିଖିଛି ;
ଚାଲୁ ଚାଲୁ ପୁଣି ନିଜକୁ ଖୋଜିଛି,
କେବେ ମୁଁ କାନ୍ଦିଛି, କେବେ ହସାଇଛି ||

|| ନିଝୁମ୍ ରାତି ରେ ଚାନ୍ଦ ଦେଖିଛି,
ବର୍ଷଣ ରାତିରେ ତାରାକୁ ଖୋଜିଛି;
କିଛ଼ି ଅନୁଭବ.. କିଛି ଅନୁଭୂତି..
ମିଶା ମିଶି କରି କବିତା ଲେଖିଛି ||
©pragyandalai

No comments:

Post a Comment