Followers

Tuesday 14 May 2019

A M I T

ଅୟୁତ ଆକାଂକ୍ଷା ଆଶା ଉନ୍ମାଦେ
ଅପେକ୍ଷା କରଇ ନବ ଆହ୍ଲାଦେ

ମଧୁରତମ ସେ ମୁହୂର୍ତ୍ତ ମଧ୍ୟେ
ମୁଗ୍ଧ ମଳୟ ମହ୍ଲାର ମନ୍ତ୍ରେ

ଇପ୍ସିତ ସବୁ କୁହେଳିକା ଆଜି
ଓଠ ଧାରେ ଏକ ସ୍ମିତ ହାସ୍ୟ ସାଜି

ତାରୁଣ୍ଯ ତରଙ୍ଗ ତରଣୀ ରେ ଭିଜି
କାନଭାସ୍ କୋଳେ ନିତି ଆଙ୍କେ ଯହିଁ
ଅଭିସାରିକାର ଅସୁମାରୀ ତନ୍ଦ୍ରାରାଜି
©pragyandalai

No comments:

Post a Comment