Followers

Friday 6 December 2019

ମୁଁ ଆଉ ତୁମେ


ମୁଁ ଯେ ଦିଗନ୍ତ ବିସ୍ତାରୀ ମରୁତ୍ଯକା,
ତୁମେ ଅଥଳ ଜଳର ଜଳକନ୍ୟା!
ଆମ ଗନ୍ତବ୍ୟ କି ମରୁଦ୍ୟାନର ମୃଗତୃଷ୍ନା?

ମୁଁ କାରାଗାରେ ବନ୍ଦୀ ବେପରୁଆ ବାୟୁ,
 ତୁମେ ଅବିଶ୍ରାନ୍ତ କୋହ ଅସୁମାରି ଲୁହ!
  ଆମ କବିତା କି ମହାଭାରତର ମହାଯୁଦ୍ଧ କାଳେ
  ସୁରଚିତ ଏକ ଚକ୍ରବ୍ୟୁହ !!??

ମୁଁ ଆଦ୍ୟ ବୈଶାଖର ଶୁଷ୍କ ତନୁ!
ତୁମେ ଭରା ଭାଦ୍ରବର ଇନ୍ଦ୍ରଧନୁ!
ଆମ ସମ୍ପର୍କ କି ମିଛ ମାୟାଜାଲ
 ସପ୍ତରଥୀ ଘେରା ଅଭିମନ୍ୟୁ??!!

No comments:

Post a Comment