|| ପୌର୍ଣ୍ଣମାସୀର ଚନ୍ଦ୍ର ଦେଖିଛି, ଅମାବାସ୍ୟାର ରାତ୍ରି 
ବସ୍ତି ଭିତରେ ଜୀବନ ଖୋଜିଛି, ପୂର୍ଣ୍ଣାହୁତିରେ ମୁକ୍ତି 
ମୃଗତୃଷ୍ଣା ଧାରେ ସତ୍ୟ ପରଖି ମିଥ୍ୟାକୁ କଲି କ୍ଷମା 
ଯଜୁର୍ବେଦର ଯଜ୍ଞ କୁଣ୍ଡ କଲି ମୁଁ ପରିକ୍ରମା ||
|| ଅଗ୍ନିହୋତ୍ରୀ ସାଜି ଆତ୍ମାର ଆହୁତି 
ଗଢୁଥିଲି ଯହିଁ ପ୍ରଣୟ ପଂକ୍ତି, 
ଲେଖନୀ ମୁନ ରେ ଲେଖୁ ଲେଖୁ ଦିନେ
ଲେଖିଦେଇଗଲି ଜୀବନ ଗାୟତ୍ରୀ ||
